Monday, August 31, 2026
HomeNewsପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର...

ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ

ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ
କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି ଲମତାପୁଟ ବ୍ଲକର ମିଶନଶକ୍ତି ଗୃହ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ 117 ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ICDS, ଲମତାପୁଟର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟା ଶ୍ରୀମତୀ ସୁସ୍ମିତା ରଥ ଏବଂ ଶ୍ରୀମତୀ ଶିବାନୀ ପାତ୍ର ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ICDS Supervisors, ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର କର୍ମକତ୍ତା, Child Help Line ର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଲନାରେ ସହଯୋଗ କରିଥିଲେ |

RELATED ARTICLES

LEAVE A REPLY

Please enter your comment!
Please enter your name here

CONTRIBUTE

- Contribute -spot_img

Most Popular

Recent Comments