News•

କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ

Share Listing:💬 WhatsApp📘 Facebook
କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ

କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ

କୋରାପୁଟ ଜିଲ୍ଲାପାଳ : କୋଟିଆ ଜନସାଧାରଣଙ୍କ ପାଖରେ ସମସ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା

କୋରାପୁଟ, ୧.୦୭.୨୦୨୬: କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ I

ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ‘ବିକଶିତ କୋଟିଆ ଆକ୍ସନ ପ୍ଲାନ୍’ର ସଫଳ କାର୍ଯ୍ୟକାରୀତା। କୋଟିଆ ଅଞ୍ଚଳରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି, ରାସ୍ତାଘାଟ, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରଣନୀତିକ ଆର୍ଥିକ-ସାମାଜିକ ହସ୍ତକ୍ଷେପ ମାଧ୍ୟମରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସୀମାନ୍ତ ଅଞ୍ଚଳର ବିକାଶକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, କୋଟିଆର ଜନସାଧାରଣଙ୍କ ପାଖରେ ସମସ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ବିଡିଓ ରାମକୃଷ୍ଣ ନାୟକ ଏବଂ କୋଟିଆ ପାଇଁ ସ୍ୱତନ୍ତ୍ର ଦାୟିତ୍ୱପ୍ରାପ୍ତ ଅଧିକାରୀ (OSD) ସୌରଭ କାନ୍ତ ଦାଶଙ୍କ ସମେତ ସମସ୍ତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

UPI QR Code for Santakar Chelapila
Scan to Pay with Any UPI App
GPay • PhonePe • Paytm • BHIM
☕ Support Independent Journalism

Keep Koraput Online Free & Growing

Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.

Payee: Santakar Chelapila9437192553@ybl
Open in UPI App →

Contributions of any size even small amount can make a tangible difference.

Share Listing:💬 WhatsApp📘 Facebook