କୋରାପୁଟରେ ମେଗା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ: ୫୧.୩୬ କୋଟି ଟଙ୍କାର ଋଣ ମଞ୍ଜୁର, ୧୧୨୯ ଜଣ ହିତାଧିକାରୀ ଉପକୃତ

କୋରାପୁଟରେ ମେଗା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ: ୫୧.୩୬ କୋଟି ଟଙ୍କାର ଋଣ ମଞ୍ଜୁର, ୧୧୨୯ ଜଣ ହିତାଧିକାରୀ ଉପକୃତ
କୋରାପୁଟ, ୧୫ ଜୁଲାଇ: ଭାରତ ସରକାରଙ୍କ ଆର୍ଥିକ ସମାବେଶ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କୋରାପୁଟରେ ଏକ ମେଗା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାଙ୍କ, ବିଭିନ୍ନ ସରକାରୀ ବିଭାଗ ଏବଂ ହିତାଧିକାରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ ସମୁଦାୟ ୧୧୨୯ଟି ଋଣ ଖାତା ମାଧ୍ୟମରେ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିବାବେଳେ ୫୦.୬୦ କୋଟି ଟଙ୍କା ଋଣ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ପାଇଁ ₹୨୦ ଲକ୍ଷ, ₹୧୦ ଲକ୍ଷ ଏବଂ ₹୫ ଲକ୍ଷରୁ ଅଧିକ ଶ୍ରେଣୀର ଋଣ, ଲକ୍ଷପତି ଦିଦି, ମୁଦ୍ରା, କେସିସି ବଳରାମ, ପିଏମ୍ ସୂର୍ଯ୍ୟଘର, PMEGP, MKUY ଏବଂ FPO ଯୋଜନାରେ ଋଣ ବଣ୍ଟନ କରାଯାଇଥିଲା।
ଏହି ଅବସରରେ PMJJBY, PMSBY ଓ APY ଭଳି ସାମାଜିକ ସୁରକ୍ଷା ଯୋଜନାରେ ୧୦୦୦ ଜଣଙ୍କୁ ନାମଲେଖା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଋଣ ସୁବିଧା, ସରକାରୀ ଯୋଜନା ଏବଂ ଆର୍ଥିକ ସଚେତନତା ସମ୍ପର୍କରେ ହିତାଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା, କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବେଣୁଧର ଶବର, ଉପ ନିର୍ଦ୍ଦେଶକ (ଯୋଜନା) ଶ୍ରୀ ସୂର୍ଯ୍ୟକାନ୍ତ ବେହେରା, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDM), ଜିଲ୍ଲା ଉନ୍ନୟନ ପ୍ରବନ୍ଧକ (DDM), ବିଭିନ୍ନ ବ୍ୟାଙ୍କର ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ (BDO) ଶ୍ରୀ ଦେବାଶିଷ ଗୌଡ଼, ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଉପସ୍ଥିତ ଅତିଥିମାନେ ଆର୍ଥିକ ସମାବେଶ, ସ୍ୱାବଲମ୍ବୀ ଜୀବିକା ସୃଷ୍ଟି ଏବଂ ଗ୍ରାମାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ବ୍ୟାଙ୍କିଂ ସେବା ପହଞ୍ଚାଇବାରେ ବ୍ୟାଙ୍କ ଋଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନାର ସୁଫଳ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ଅଧିକରୁ ଅଧିକ ଲୋକଙ୍କୁ ଔପଚାରିକ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.