ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା

ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା
ଓଡ଼ିଶା ତଥା କୋରାପୁଟ ଜିଲ୍ଲାରେ SIR-2026 ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ବାଦ୍ ପଡ଼ିଯାଇଛନ୍ତି ଏବଂ ପ୍ରଥମ ଥର / ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ୦୧.୧୦.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ନେଇ ଏକ ସ୍ୱତନ୍ତ୍ର ନାମ ଅନ୍ତର୍ଭୁକ୍ତି ଅଭିଯାନ କରାଯିବ। ଏହି ଅଭିଯାନ ଆଜିଠାରୁ ଅର୍ଥାତ୍ 02.11.2026 ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ।
ନିର୍ଦ୍ଦେଶ ଅନୁଯାୟୀ, BLO ମାନେ SIR-2026 ର ASDD (Absent/ ଅନୁପସ୍ଥିତ, Shifted/ ସ୍ଥାନାନ୍ତରିତ, Dead/ ମୃତ ଏବଂ Double/ ଦୁଇ ଥର ନାମ ଥିବା) ଭୋଟର ତାଲିକାକୁ ପୁନର୍ବାର ଯାଞ୍ଚ କରିବେ ଏବଂ ଯଦି ଭୁଲବଶତଃ କାହାର ନାମ ଏହି ବର୍ଗରେ ପକାଯାଇଥିବ, ତେବେ ସେମାନଙ୍କୁ ଯଥାବିଧି ପ୍ରକ୍ରିୟାରେ ଭୋଟର ତାଲିକାରେ ପୁନର୍ବାର ସାମିଲ କରାଯିବ।
ଭୋଟରମାନେ ଚୂଡ଼ାନ୍ତ ଭୋଟର ତାଲିକା "Citizens Service Portal" ୱେବସାଇଟ୍ କିମ୍ବା ଲିଙ୍କ୍ - "voters.eci.gov.in/download-eroll" ରୁ ଦେଖି ନିଜ ନାମ ଯାଞ୍ଚ କରିପାରିବେ। କୋରାପୁଟ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଯାଇଥାଏ କିମ୍ବା ଭୁଲରେ କଟିଯାଇଥାଏ, ତେବେ ସେମାନେ "Voters.eci.gov.in" ରେ Form-6 ମାଧ୍ୟମରେ ଆବେଦନ କରି କିମ୍ବା ସଂପୃକ୍ତ BLO ଙ୍କ ସହ ଯୋଗାଯୋଗ କରି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ।
ପୁନଶ୍ଚ ନିର୍ବାଚନ ଆୟୋଗ ତରଫରୁ ସ୍ପଷ୍ଟ କରାଯାଇଛି ଯେ, Form-6 ସହିତ ଲାଗିଥିବା "Declaration Form" କେବଳ SIR ପ୍ରକ୍ରିୟା ସମୟରେ ଲାଗୁ ହେଉଥିଲା। ବର୍ତମାନ ଭୋଟରମାନେ SIR-2026 ପୂର୍ବରୁ ଥିବା Form-6 ରେ ଆବେଦନ କରିପାରିବେ। ଅର୍ଥାତ୍, Form-6 ରେ ନାମ ଅନ୍ତର୍ଭୁକ୍ତ କରିବା ସମୟରେ ଭୋଟରମାନଙ୍କୁ ତାଙ୍କ ପିତାମାତା / ଜେଜେବାପା ଇତ୍ୟାଦିଙ୍କ ୨୦୦୨ ମସିହା ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ ନାହିଁ।
ସମସ୍ତ ଫର୍ମ ଯେପରିକି - Form-6 (ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ), Form-7 (ଭୋଟର ତାଲିକାରୁ ନାମ ବାଦ୍ ଦେବା ପାଇଁ), Form-8 (ଭୋଟର ତାଲିକାରେ ସଂଶୋଧନ ପାଇଁ) ବର୍ତ୍ତମାନ ସାରା ବର୍ଷ ଏକ ନିରନ୍ତର ପ୍ରକ୍ରିୟା ଭାବେ ଆବେଦନ ପାଇଁ ଖୋଲା ରହିଛି, କିନ୍ତୁ ଭୋଟରମାନଙ୍କ ଯୋଗ୍ୟତା SIR-2026 ପୂର୍ବରୁ ଥିବା ନିୟମ ଅନୁଯାୟୀ ସଂପୂର୍ଣ ଯାଞ୍ଚ କରାଯିବ।
ଏହି କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶକ ନୀତି ଏବଂ ପରିଚାଳନାଗତ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ଯାହା ହେଉଛି - "କୌଣସି ଯୋଗ୍ୟ ଭୋଟର ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ସାମିଲ ହେବେ ନାହିଁ"।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.