Appointment Letters Awarded to 67 Individuals from Koraput District at State-Level Job Fair

Appointment Letters Awarded to 67 Individuals from Koraput District at State-Level Job Fair
67 Recruited at the District Level and 55 at the State Level

During a state-level job fair, 67 individuals from Koraput district—comprising support staff (sevaks/sevikas) and tribal language teachers—were presented with appointment letters today under the Scheduled Tribes and Scheduled Castes Development Department. Additionally, 55 individuals received appointments at the state level.
At the appointment letter distribution ceremony held at the Sadbhavana Hall in Koraput, District Collector Mr. Manoj Satyawan Mahajan and Zilla Parishad Chairperson Ms. Sasmita Meleka were present and handed over the appointment letters to the newly recruited personnel. Present at this event were SDC Vice-Chairperson Smt. Sukanti Majhi, PA ITDA (Koraput) Smt. Snehaprabha Majhi, and the ADWO (Koraput), among others.
This recruitment will strengthen the education system in the district's tribal-dominated areas and provide a significant boost to mother-tongue-based instruction. In particular, it will enable tribal students to receive an education in their own mother tongue and contribute to enhancing the quality of education.
ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ କୋରାପୁଟ ଜିଲ୍ଲାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ
ଜିଲ୍ଲାସ୍ତରରେ ୬୭ ଓ ରାଜ୍ୟସ୍ତରରେ ୫୫ ଜଣଙ୍କୁ ମିଳିଲା ନିଯୁକ୍ତି
ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ କୋରାପୁଟ ଜିଲ୍ଲାର ୬୭ ଜଣ ସେବକ, ସେବିକା ତଥା ଜନଜାତି ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିସହିତ ରାଜ୍ୟସ୍ତରରେ ମଧ୍ୟ ୫୫ ଜଣଙ୍କୁ ନିଯୁକ୍ତି ମିଳିଛି।
କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି ନିଯୁକ୍ତିପତ୍ର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଉପସ୍ଥିତ ରହି ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏସ୍ଡିସି ଉପାଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ମାଝୀ, ପିଏ ଆଇଟିଡିଏ, କୋରାପୁଟ ଶ୍ରୀମତୀ ସ୍ନେହପ୍ରଭା ମାଝୀ ଏବଂ ଏଡିଡବ୍ଲୁଓ, କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନିଯୁକ୍ତି ଦ୍ୱାରା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ମାତୃଭାଷା ଆଧାରିତ ଶିକ୍ଷାଦାନକୁ ବିଶେଷ ପ୍ରୋତ୍ସାହନ ମିଳିବ। ବିଶେଷକରି ଜନଜାତି ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଏହା ସହାୟକ ହେବ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.