Financial Assistance of Rs 14.80 Crore Provided to 74,044 Farmers in Koraput District under the PM-KISAN Scheme

Under the Pradhan Mantri Kisan Samman Nidhi (PM-KISAN) scheme, eligible farmers are provided with financial assistance of Rs 6,000 annually—distributed in installments of Rs 2,000 every four months—to support their agricultural activities.
During the distribution of the 24th installment of this scheme, financial assistance totaling Rs 14,80,88,000 (Rs 14.80 crore) was provided to 74,044 beneficiary farmers across 14 blocks of Koraput district. The Honorable MLA of Koraput and Chairman of the District Planning Board, Shri Raghuram Machha, along with the Additional District Collector (General), Shri Tapan Kumar Naik, were present at today’s event.
To ensure the uninterrupted receipt of benefits under the PM-Kisan scheme, beneficiary farmers must complete certain mandatory procedures. These include land seeding (linking land records), farmer registration, linking their Aadhaar with their bank account (including NPCI seeding), and completing e-KYC.
Additionally, the necessary processes for online registration can be carried out through the nearest Common Service Centre (CSC). Beneficiary farmers are advised to check their status and details regarding installments, and to perform any required updates. Through this scheme, financial assistance is provided to small and marginal farmers, thereby strengthening the agricultural sector and helping to increase farmers' income.

କୋରାପୁଟ ଜିଲ୍ଲାର ୭୪,୦୪୪ ଚାଷୀଙ୍କୁ ପିଏମ୍-କିଷାନ ଯୋଜନାରେ ୪ କୋଟି ୮୦ ଲକ୍ଷ ୮୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ
କୋରାପୁଟ, ୩୦/୧୦: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ପ୍ରଦାନ ନିମନ୍ତେ ବାର୍ଷିକ ୬,୦୦୦ ଟଙ୍କା ହାରରେ ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏହି ଯୋଜନାର ୨୪ତମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ଅବସରରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ମୋଟ ୭୪,୦୪୪ ଜଣ ହିତାଧିକାରୀ ଚାଷୀଙ୍କୁ ମୋଟ ୧୪ କୋଟି ୮୦ ଲକ୍ଷ ୮୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟର ମାନ୍ଯବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ ଶ୍ରୀ ରଘୁରାମ ମାଛ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ପିଏମ୍-କିଷାନ ଯୋଜନାର ସୁବିଧା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ହିତାଧିକାରୀ ଚାଷୀମାନଙ୍କୁ କେତେକ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ଜମିର ରେକର୍ଡ ସଂଯୋଗ (Land Seeding), ଚାଷୀ ପଞ୍ଜୀକରଣ (Farmer Registry), ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍ ଓ NPCI Seeding ଏବଂ e-KYC ସମ୍ପୂର୍ଣ୍ଣ କରିବା।
ଏଥିସହିତ ଅନଲାଇନ୍ ପଞ୍ଜୀକରଣ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର (CSC) ମାଧ୍ୟମରେ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପାଦନ କରିହେବ। ହିତାଧିକାରୀ ଚାଷୀମାନେ ନିଜର ସ୍ଥିତି ଓ କିସ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକୀୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟତା କରାଯାଉଛି।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.