Lok Adalat in all Courts of Koraput District on 12th September-2026

ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ତା-12-09-2026 (ଶନିବାର)ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧନ ମକଦ୍ଦମା ଯଥା ଫୌଜଦାରୀ (ସୋଲିସ୍ ଯୋଗ୍ୟ), ସ୍ବୀକାରମୂଳକ ବୁଝାମଣା (ପ୍ଲି-ବାରଗେନିଂ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ସାଲିସ୍ଯୋଗ୍ୟ ଟ୍ରାଫିକ ଚାଲାଣ, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥା ବିଦ୍ୟୁତ୍ ଓ ଜଳ ବିଲ୍ ପୈଠ ସମ୍ବନ୍ଧୀୟ ମାମଲା ( ସାଲିସ୍ ବିହିନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) ପାରିବାରିକ ବିବାଦ, ଜମି ଅଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ ( ପେନସନ ମାମଲା ଅନ୍ତର୍ଭୁକ୍ତ), ରାଜସ୍ୱ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା (ଉଚ୍ଚତମ ନ୍ୟାୟଳୟ, ଜିଲ୍ଲା ଅଦାଲତ ଓ ରାଜ୍ୟ/ ଜିଲ୍ଲା ତାଲୁକ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିଚାରଧୁନ), ବୌଦ୍ଧିକ ସଂପତି ଅଧୁକାର ମାମଲା ଖାଉଟି ବିବାଦ | ଅନ୍ୟାନ୍ୟ ବିବାଦ କୌଣସି ଅଦ୍ଧ-ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରଧୂନ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଆପୋଷ ସହମତିରେ ସମାଧାନ ହେଉଅଛି । କେବଳ ବିଚାରଧୁନ ମକଦ୍ଦମା ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ (ନ୍ୟାୟାଳୟରେ ଦାୟର ହୋଇନଥିବା ମାମଲା ) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡିକ ( ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) | ପାରିବାରିକ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ଯ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ତେଣୁ ଏହି ଲୋକ ଅଦାଲତରେ ମକଦ୍ଦମା / ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଡିକ୍ରିଜାରି ଯୋଗ୍ୟ | ଉପରକ୍ତ ଜଡିତ ସମସ୍ତ ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ନିକଟସ୍ତ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ବା ଜିଲ୍ଲାର ୦୭ ଗୋଟି ତାଲୁକ ଲିଗାଲ ଆଇନ ସେବା କାର୍ଯ୍ୟ।ଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।
Keep Koraput Online Free & Growing
Every story, local interview, and district update is made possible through dedicated community efforts. Your contribution directly funds server costs and independent ground reporting across Southern Odisha.
Contributions of any size even small amount can make a tangible difference.