Monday, June 1, 2026
HomeNewsSIR 2026 launched in the presence of the District Collector / ଜିଲ୍ଲାପାଳଙ୍କ...

SIR 2026 launched in the presence of the District Collector / ଜିଲ୍ଲାପାଳଙ୍କ ଉପସ୍ଥିତିରେ SIR 2026 ର ସୁବାସିତ ଶୁଭାରମ୍ଭ କୋରାପୁଟ

The fragrance of democracy has merged with that of Koraput Coffee. The launch of SIR 2026 under SVEEP was held at the Koraput Coffee Complex. The SIR 2026 flag was unfurled by the District Collector, and the news of voter awareness spread in the Koraput Coffee Complex.

The District Collector said, “Just as Koraput Coffee is pure without any impurities, so our voter list must also be free from errors and clean.” The District Collector advised the BLOs to check the houses with sincerity and impartiality. From today, the BLOs will go house to house. The names of the deceased, transferred and those who have been excluded twice will be removed. The names of new 18-year-olds will be added.

Additional District Collector (Revenue) Naresh Chandra Shabar, IAS Probationary Anup Nayak, Deputy District Collector Prem Lal Hial, Deputy Collector Election and SVEEP Nodal Officer Mangal Charan Baske, Branch Manager of Tribal Development Cooperative Corporation Rakesh Biswal, Sub-Divisional Information and Public Relations Officer Radha Rani Sarkar and many BLOs were present on the occasion.

କୋରାପୁଟ କଫିର ମହକ ସହ ମିଶିଗଲା ଗଣତନ୍ତ୍ରର ମହକ। କୋରାପୁଟ କଫି ପରିସରରେ SVEEP ଅନ୍ତର୍ଗତ SIR 2026ର ଶୁଭାରମ୍ଭ ହେଲା। ଜିଲ୍ଲାପାଳଙ୍କ ହାତରେ SIR 2026 ପତାକା ଉନ୍ମୋଚିତ ହେବା ସାଙ୍ଗକୁ କୋରାପୁଟ କଫିର ମହକରେ ଭାସିଲା ଭୋଟର ସଚେତନତାର ବାର୍ତା।

ଜିଲ୍ଲାପାଳ କହିଲେ, “ଯେମିତି କୋରାପୁଟ କଫି ବିନା ଭେଜାଲରେ ଶୁଦ୍ଧ, ସେମିତି ଆମ ଭୋଟର ତାଲିକା ମଧ୍ୟ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଜରୁରୀ।” BLOମାନେ ନିଷ୍ଠା ଓ ନିରପେକ୍ଷତାର ସହ ଘରକୁ ଘର ଯାଞ୍ଚ କରିବାକୁ ଜିଲ୍ଲାପାଳ ଉପଦେଶ ଦେଲେ। ଆଜିଠାରୁ BLOମାନେ ଘରକୁ ଘର ଯିବେ। ମୃତ, ସ୍ଥାନାନ୍ତରିତ ଓ ଦୁଇଥର ନାମ ବାଦ୍ ପଡିବ। ନୂଆ ୧୮ବର୍ଷୀୟଙ୍କ ନାମ ଯୋଡାଯିବ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଆଇ.ଏ.ଏସ ପ୍ରୋବେସନର ଅନୁପ ନାୟକ, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ଡେପୁଟି କଲେକ୍ଟର ନିର୍ବାଚନ ତଥା SVEEP ନୋଡାଲ ଅଫିସର ମଙ୍ଗଳ ଚରଣ ବାସ୍କେ, ଆଦିବାସୀ ଉନ୍ନୟନ ସମବାୟ ନିଗମର ଶାଖା ପରିଚାଳକ ରାକେଶ ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଏବଂ ବହୁ BLO ମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

CONTRIBUTE

- Contribute -spot_img

Most Popular

Recent Comments