The Collector’s joint District level Public Grievance meeting was held at the Borigumma Block Assembly Hall. Koraput District Collector Manoj Satyawan Mahajan, District SP , Rohit Verma jointly conducted the meeting. A total of 41 complaints were received in the meeting. Out of these, 21 complaints were individual and 20 were collective. Finally, the District Collector personally provided a loan of Rs. 1 crore 58 lakh 50 thousand to 28 self-help groups. BDO Sukant Kumar Patnaik, Tehsildar Shobhan Kumar Behera, Block Chairperson Diptimyi Nayak, Police SDPO Satyabrat Lenka, IIC Ramananda Sahu and other district and block level officers of various departments were present at the Collector’s joint grievance meeting.

ବୋରିଗୁମ୍ମା ବ୍ଳକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନଶୁଣାଣୀ କରିଥିଲେ। ଜନଶୁଣାଣୀ ରେ ମୋଟ ୪୧ ଗୋଟି ଅଭିଯୋଗ ଆସିଥିଲା।ସେଥି ମଧ୍ୟରୁ ୨୧ ଟି ଅଭିଯୋଗ ବ୍ୟକ୍ତିଗତ ରହିଥିବା ବେଳେ ୨୦ ଟି ଅଭିଯୋଗ ସାମୁହିକ ରହିଥିଲା।ଶେଷରେ ଜିଲ୍ଲାପାଳ ୨୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଏକ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ। ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଶୋଭନ କୁମାର ବେହେରା, ବ୍ଳକ ଅଧ୍ୟକ୍ଷା ଦିପ୍ତୀମୟୀ ନାୟକ, ପୋଲିସ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା, ଥାନା ଆଇଆଇସି ରାମାନନ୍ଦ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ରେ ଉପସ୍ଥିତ ଥିଲେ।

